Spread the love

ଫୁଲବାଣୀ: ବୁଧବାର ବିଳମ୍ବିତ ରାତିରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଦେବେନ୍ଦ୍ରଙ୍କ ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରୁଛି। ଦେବେନ୍ଦ୍ର କହଁର ବୁଧବାର ସନ୍ଧ୍ୟାରେ ଫୁଲବାଣୀ ସହର ଜଳସେଚନ କଲୋନିରେ ଥିବା ଜଣେ ସମ୍ପର୍କୀୟ ଘରକୁ ଯାଇଥିଲେ । ବୋଲେରୋ ଗାଡ଼ି ବାହାରେ ରଖି ରାତିରେ ସେଠାରେ ରହିଥିଲେ। କେହି ଗାଡ଼ିକୁ ଗୁଳିମାଡ଼ କରିଛି ବୋଲି ସେ ସକାଳେ ଜାଣିବାକୁ ପାଇଥିଲେ। ରାତି ପ୍ରାୟ ୧୨ଟା ସମୟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଅନୁମାନ କରୁଛନ୍ତି । ଗାଡ଼ିର ପଛ କାଚ ଭାଙ୍ଗିଯାଇଛି। କେହି ତାଙ୍କୁ ଭୟଭୀତ କରିବା ଲାଗି ଏଭଳି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here