Spread the love

ଢେଙ୍କାନାଳ: ପୋଖରୀରେ ବୁଡ଼ି ୪ଜଣ ସମ୍ପର୍କୀୟ ଭାଇଭଉଣୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ବାରବାଙ୍କ ସାହିରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ମୃତ ନାବାଳକ/ନାବାଳିକା ବୋଲି କୁହାଯାଉଛି । ଗାଁ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here