Spread the love

ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ପୋଲିସର ବର୍ବରତା ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ଚାରିରୁ ପାଞ୍ଚ ଜଣ ପୋଲିସ କର୍ମଚାରୀ । ସୂଚନା ଅନୁଯାୟୀ ବନ୍ତ ଥାନା ନିକଟରେ ଜଣେ ବ୍ୟକ୍ତି ମାସ୍କ ନପିନ୍ଧି ରାସ୍ତାରେ ବୁଲୁଥିବାବେଳେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲା । ମହିଳା ଥାନାଧିକାରୀଙ୍କ ଉପସ୍ଥିତିରେ ଏଭଳି ଅମାନବୀୟ କାର୍ଯ୍ୟ ହୋଇଥିଲା । ଏଥିରେ ବ୍ୟକ୍ତିଜଣଙ୍କ ଆହତ ହୋଇଥିଲେ । ପରେ ତାଙ୍କୁ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଏହି ଘଟଣାରେ ଏସପି ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି । ଅପରପକ୍ଷେ ଉକ୍ତ ବ୍ୟକ୍ତି ଜଣଙ୍କ ମହିଳା କନଷ୍ଟବଳଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବନ୍ତ ଥାନାରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here