Spread the love

ନୂଆଦିଲ୍ଲୀ
ଦେଶର ପ୍ରତିରକ୍ଷା ସଚିବ ଅଜୟ କୁମାର ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ଏବେ ୧୯୮୫ ବ୍ୟାଚର ଆଇଏଏସ ଅଫିସର ଅଜୟ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହି ଖବର ଜଣାପଡିବା ପରେ ରାଇସିନା ହିଲ୍ସର ଦକ୍ଷିଣ ବ୍ଲକରେ ଥିବା ମନ୍ତ୍ରଣାଳୟର ମୁଖ୍ୟାଳୟରେ କାମ କରୁଥିବା ୩୫ ଅଫିସରଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସରକାରୀ ସୂତ୍ରରୁ କୌଣସି ସୂଚନା ଦିଆଯାଇନାହିଁ । ଏ ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମନା କରିଦେଇଛନ୍ତି । ସୂଚନା ମିଳିଛି ଯେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଫିସ ଆସୁନାହାନ୍ତି । ରାଇସିନା ହିଲ୍ସ ଦକ୍ଷିଣ ବ୍ଲକର ପ୍ରଥମ ଫ୍ଲୋରରେ ରାଜନାଥ ସିଂହ, ପ୍ରତିରକ୍ଷା ସଚିବ, ସେନା ମୁଖ୍ୟ ଏବଂ ନୌସେନା ମୁଖ୍ୟଙ୍କ ଅଫିସ ରହିଛି । ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ଅଫିସର ଏବଂ ଅଜୟ କୁମାରଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here