Spread the love

ଲୁବଜାନା: କରୋନା ସଂକ୍ରମଣରେ ସମଗ୍ର ପୃଥିବୀ ସଂକ୍ରମିତ ହୋଇ ସାରିଥିଲା ବେଳେ ପ୍ରଥମ ଦେଶ ଭାବେ ୟୁରୋପୀୟ ରାଷ୍ଟ୍ର ସ୍ଲୋଭେନିଆ ନିଜକୁ କରୋନା ମୁକ୍ତ ଘୋଷଣା କରିଛି । ଦେଶର ସରକାର ଶୁକ୍ରବାର ଦିନ କହିଛନ୍ତି ଯେ ଦେଶରେ କୋଭିଡ଼-୧୯ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଛି ତେଣୁ କୌଣସି ଅସାଧାରଣ ସ୍ୱାସ୍ଥ୍ୟ କଟକଣା ଜାରି କରାଯିବା ଆବଶ୍ୟକ ନୁହେଁ । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶର ସୀମାକୁ ଲାଗିକରି ଥିବା ଇଟାଲୀ, ଅଷ୍ଟ୍ରିୟା ଓ ହଙ୍ଗେରୀ ନାଗରିକ ମାନେ ବିନା ବାଧାରେ ସ୍ଲୋଭେନିଆକୁ ପ୍ରବେଶ କରିପାରିବେ । ତେବେ ଅଣ ୟୁରୋପୀୟ ମାନେ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ । ଏଠାରେ ସଙ୍ଗରୋଧରେ ରହିବା ଏକମାତ୍ର କରୋନା କଟକଣା ହୋଇ ରହିଛି । ମାର୍ଚ୍ଚ ୪ରେ ଏଠାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେ ଇଟାଲୀରୁ ଫେରିଥିଲେ । ପରେ ମାର୍ଚ୍ଚ ୧୨ରେ ଦେଶରେ କରୋନାକୁ ମହାମାରୀ ଘୋଷଣା କରାଯାଇଥିଲା ଓ ମଇ ୧୩ ସୁଦ୍ଧା ସ୍ଲୋଭେନିଆରେ ୧,୪୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here