Spread the love

ନୂଆଦିଲ୍ଲୀ: ମଙ୍ଗଳବାର ଦେଶ ଉଦେ୍ଦଶ୍ୟରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ୨୦ ଳକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହ କରୋନା ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ଟାରେ ପ୍ୟାକେଜର ବିସ୍ତୃତ ବିବରଣୀ ପ୍ରଦାନ କରିବେ । ଅର୍ଥମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ଶିଳ୍ପ ଓ ବ୍ୟବସାୟ ଜଗତ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଏହି ପ୍ୟାକେଜରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସହ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅଗ୍ରାଧିକାର ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here