Spread the love

କଟକ : ମଙ୍ଗଳବାର ଅପରାହ୍ନରେ କଟକ, ଖୋର୍ଦ୍ଧା , ଯାଜପୁର, ଭଦ୍ରକ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୦ କି.ମିରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ଘଡଘଡ଼ି ହୋଇଥିବା ଦେଖା ଯାଇଛି । ସଂନ୍ଧ୍ୟା ସୁଦ୍ଧା ବଜ୍ରପାତରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସଦୃଶ ହୋଇଛି । ଗତ ଦୁଇ ଦିନ ଧରି ଅପରାହ୍ନରେ ଏଭଳି ଘଟୁଥିବା ବେଳେ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଛି । ଅନେକ ସ୍ଥାନରେ କିଛି ଗଛ ଉପୁଡ଼ି ପଡ଼ିଥିବା ମଧ୍ୟ ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here