Spread the love

ଭୁବନେଶ୍ୱର
ପ୍ରବାସୀଙ୍କୁ ଧରି ଆସୁଥିବା ଏକ ବସ ବାଲେଶ୍ୱରର ମଙ୍ଗଳପୁର-ନୂଆଗାଁ ଦେଇ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ନିକଟରେ ସକାଳ ପ୍ରାୟ ୬.୩୦ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଏହି ବସଟି କେରଳରୁ ୩୦ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ ମଙ୍ଗଳପୁର-ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିି ପଡିଥିଲା । ପରେ ପୋଲିସ ଏହି ସୂଚନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

LEAVE A REPLY

Please enter your comment!
Please enter your name here