Spread the love

ଅନୁଗୁଳ
ପୁଣି ପ୍ରବସୀ ଓଡିଆଙ୍କୁ ନେଇ ଫେରୁୁଥିବା ଏକ ଭ୍ୟାନ ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲା୍ଲ ଠାକୁରଗଡ ନିକଟରେ ଦୁ୍‌ର୍ଘଟଣାଗ୍ସସ୍ତ ହୋଇଛି । ଏଥିରେ ଡ୍ରାଇଭରଙ୍କ ବ୍ୟତିତ ୧୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏହି ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ପଲାସାରେ କାର୍ଯ୍ୟ କରୁଥିଲେ ଏବଂ ଲକଡାଉନ ଯୋଗୁ ସେମାନେ ସେଠାରେ ଫସି ରହିଥିଲେ । ଏମାନେ ସେଠାରୁ ବାହାରି ବୁଧବାର ବୌଦ୍ଧରେ ପହଞ୍ଚିଥିଲେ ଏବଂ ସେଠାରୁ ଏକ ଭ୍ୟାନ ଭଡା କରି କେନ୍ଦୁଝର ଫେରୁଥିବାବେଳେ ଏହା ଠାକୁରଗଡ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

LEAVE A REPLY

Please enter your comment!
Please enter your name here