Spread the love

ଭୁବନେଶ୍ୱର: ପୁଣି ପ୍ରବାସୀ ଓଡିଆଙ୍କୁ ନେଇ ଫେରୁଥିବା ଏକ ବସ ଖୋର୍ଦ୍ଧା ଜିଲ୍ଲା କୁହୁଡି ନିକଟ ୧୬ ନଂ ଜାତୀୟ ରାଜପଥରେ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ହାଇଦ୍ରାବାଦରୁ ୪୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଅଶୋକା ନାମକ ଏକ ବସ(ଏପି ୦୨ ଟିଏ୦୯୫୪) ବାଙ୍କୀ ଅଭିମୁଖେ ଆସୁଥିବା ସମୟରେ ୧୬ ନଂ ଏନଏଚ ଉପରେ ଛିଡ଼ା ହୋଇଥିବା ଏକ ଆମ୍ବ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ବସର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସୂଚନା ପାଇ ଟାଙ୍ଗୀ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ମୃୃତାହତଙ୍କୁ ଉଦ୍ଧାର କରି ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here