Spread the love

କଟକ: ଯେଉଁ ରାଜ୍ୟରେ ଓଡ଼ିଆ ଶ୍ରମିକ ଅଛନ୍ତି ସେହି ରାଜ୍ୟରେ ସେମାନଙ୍କର କରୋନା ପରୀକ୍ଷା କରାଇ ରିପୋର୍ଟ ନେଗେଟିଭ ଆସିଲେ ରାଜ୍ୟକୁ ଆଣିବା ପାଇଁ ଓଡ଼ିଶା ହାଇକୋର୍ଟ ଗୁରୁବାର ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି । ଏପ୍ରିଲ ୨୯ରେ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପରେ ଯେଭଳି କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି ଓ ପ୍ରବାସୀ ମାନେ ସରକାରୀ ବ୍ୟବସ୍ଥା, ନିୟମାବଳୀ ମାନୁନଥିବା ସମ୍ପର୍କରେ ପ୍ରତିଦିନ ଏକାଧିକ ଉଦାହରଣ ପରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଏ ସମ୍ପର୍କରେ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ପ୍ରଥମେ ପ୍ରବାସୀଙ୍କର କରୋନା ପରୀକ୍ଷା କରାଇ ପରେ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆଦେଶ ଦେଇଥିଲେ ।
ଏଥିପାଇଁ ଯେଉଁ ରାଜ୍ୟରେ ଶ୍ରମିକ ମାନେ ରହୁଛନ୍ତି ସେହି ରାଜ୍ୟରେ ସେମାନଙ୍କର ଆରଟି-ପିସିଆର ପରୀକ୍ଷା କରାଇବାକୁ ହାଇକୋର୍ଟ ସରକାରଙ୍କୁ ଆଦେଶ ଦେଇଥିଲେ । । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେହିମାନଙ୍କୁ ଓଡ଼ିଶାରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ । । ହାଇକୋର୍ଟଙ୍କ ଆଦେଶ ପରେ ଗୁରୁବାର ସୁରତରୁ ଆସିବାକୁ ଥବବା ୩ଟି ଟ୍ରେନକୁ ରାଜ୍ୟ ସରକାର ବାତିଲ କରିଥିଲେ । ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ନେଇ ଆଶା ସଞ୍ଚାର ହୋଇଛି ।

LEAVE A REPLY

Please enter your comment!
Please enter your name here