Spread the love

ନୂଆଦିଲ୍ଲୀ: କରୋନା ଜନିତ ଲକଡାଉନ ବେଳେ ବିଭିନ୍ନ ରାଜ୍ୟରେ ଅଟକିଥିବା ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଶହଶହ କିଲୋମିଟର ପାଦରେ ଚାଲୁଥିବା ସମ୍ପର୍କରେ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ବିରକ୍ତ ହୋଇଛନ୍ତି ।
ରାସ୍ତାରେ ଚାଲୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ ଓ ଅନ୍ୟ ସହାୟତା ଦେବାକୁ ପ୍ରାର୍ଥନା କରି ଅଲାଖ ଆଲୋକ ଶ୍ରୀବାସ୍ତବ ନାମକ ଜଣେ ଓକିଲ ଉକ୍ତ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଶୁକ୍ରବାର ଏହାର ଶୁଣାଣୀ ବେଳେ ଅଦାଲତ ବିରକ୍ତି ପ୍ରକାଶ କରି କହିଥିଲେ ଯେ କିଏ ଚାଲୁଛି ଏବଂ ଚାଲୁ ନାହିଁ ତାହାକୁ ଅଦାଲତ ନିୟନ୍ତ୍ରଣ କରିପାରିବେ ନାହିଁ । ଏଥିପାଇଁ ରାଜ୍ୟ ଗୁଡ଼ିକ ନିଷ୍ପତ୍ତି ନିଅନ୍ତୁ। ଅଦାଲତ କାହିଁକି ଶୁଣାଣି କରିବେ କିମ୍ବା ନିଷ୍ପତ୍ତି ନେବେ?
ମହାରାଷ୍ଟ୍ରରେ ରେଲୱେ ଟ୍ରାକରେ ଶୋଇଥିବା ୧୬ ପ୍ରବାସୀ ଏକ ମାଲବାହୀ ଟ୍ରେନରେ କଟି ଯାଇଥିବା ସମ୍ପର୍କରେ ଅଦାଲତ କହିଥିଲେ ଯେ ସେମାନେ ରେଲୱ ଟ୍ରାକରେ ଶୋଇବେ । ଅଦାଲତ ଏଥିରେ କ’ଣ କରିପାରିବେ । କିଛି ଲୋକ ରାସ୍ତାରେ ବୁଲୁଛନ୍ତି, ଅଟକୁ ନାହାଁନ୍ତି। ଅଦାଲତ ଏହାକୁ କିପରି ବନ୍ଦ କରିପାରିବେ?
ଖବରକାଗଜ କ୍ଲିପିଂ ଉପରେ ଆବେଦନ କରିଥିବାରୁ ଅଦାଲତ କହିଥିଲେ ଯେ
ପ୍ରତ୍ୟେକ ଓକିଲ ଖବରକାଗଜ ପଢନ୍ତି ଏବଂ ଜ୍ଞାନବାନ ହୁଅନ୍ତି। ଆପଣଙ୍କ ଜ୍ଞାନ ସମ୍ପୁର୍ଣ୍ଣ ଭାବରେ ଖବରକାଗଜ କ୍ଲିପିଂ ଉପରେ ଆଧାରିତ ଏବଂ ତାହା ଉପରେ ଆପଣ କୋର୍ଟ ନିଷ୍ପତ୍ତି ନେଉ ବୋଲି ଚାହୁଁଛନ୍ତି। ଅଦାଲତ ଆପଣଙ୍କୁ ବିଶେଷ ପାସ୍ ଦେବ । ଆପଣ ଯାଇ ସରକାରୀ ଆଦେଶ କାର୍ୟ୍ୟକାରୀ କରିପାରିବ କି? ବୋଲି ଅଦାଲତ ଆବେନଦକୁ ଖାରଜ କରି ପଚାରିଥିଲେ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ କେନ୍ଦ୍ର ସରକାର ପ୍ରବାସୀମାନଙ୍କୁ ଘରକୁ ନେବା ପାଇଁ ପରିବହନ ବ୍ୟବସ୍ଥା ଯୋଗାଇଛନ୍ତି । କିଛି ଲୋକ ସେମାନଙ୍କ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହାଁନ୍ତି ନାହିଁ।

LEAVE A REPLY

Please enter your comment!
Please enter your name here