Spread the love

ଭୁବନେଶ୍ୱର: ଆସନ୍ତା ସୋମବାର ଲକଡାଉନ ଶେଷ ହେବା ପରେ ରାଜ୍ୟକୁ ଫେରିବେ ପ୍ରବାସୀ ଶ୍ରମିକ । ପ୍ରଥମେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ଅଧିକ ସଂକ୍ରମଣକୁ ରୋକିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହୋଇଛି । ମାତ୍ର କେତେ ସଂଖ୍ୟକ ଶ୍ରମିକ କେଉଁ ରାଜ୍ୟରୁ ଫେରିବେ ସେ ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ସୂଚନା ନାହିଁ । ଏପରି ଅବସ୍ଥାରେ ସରକାର ତ୍ରିଶଙ୍କୁ ସ୍ଥିତିରେ ଅଛନ୍ତି । ଏଥିସହ ରାଜ୍ୟର ଶୋଚନୀୟ ଆର୍ଥିକ ସ୍ଥିତି ମଧ୍ୟ ସରକାରଙ୍କ ବିଶ୍ୱସ୍ତନୀୟତା ଉପରେ ସନେ୍ଦହ ସୃଷ୍ଟି କରିଛି ।
ଓଡ଼ିଶା ଶ୍ରମିକମାନେ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଇତ୍ୟାଦି ରାଜ୍ୟରେ ଅଧିକ ସଂଖ୍ୟାରେ ଅଛନ୍ତି । ପ୍ରବାସ ସମୟରେ ଏହି ଶ୍ରମିକ ମାନେ ସରକାରଙ୍କୁ କୌଣସି ସୂଚନା ଦେଇନାହାନ୍ତି । ବାହାର ରାଜ୍ୟ ସଂସ୍ଥାର ଦଲାଲ ଓ ନିଜ ନିଜ ଅଞ୍ଚଳର ପ୍ରବାସୀ ଶ୍ରମିକଙ୍କ ସହାୟତାରେ ଏମାନେ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ପୂର୍ବରୁ ବିଦେଶ ଫେରନ୍ତା ଓ ଲକଡାଉନ ପରେ ପ୍ରବାସୀ ଶ୍ରମିକଙ୍କ ପାଇଁ ପଞ୍ଜôକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ତେବେ ମେ ୧ତାରିଖ ସନ୍ଧ୍ୟା ସୁଦ୍ଧା ମୋଟ ୬୭,୨୮୦ ଜଣ ନିଜକୁ ପଞ୍ଜôକୃତ କରାଇଛନ୍ତି । ଏମାନଙ୍କ ମଧ୍ୟରୁ ୬,୪୩୪ଜଣ ବିଦେଶ ଫେରନ୍ତା ହୋଇଥିଲା ବେଳେ ଦେଶ ମଧ୍ୟରେ ଥିବା ପ୍ରବାସୀଙ୍କ ମଧ୍ୟରୁ ମାତ୍ର ୬୧,୩୮୬ଜଣ ପଞ୍ଜକୃତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗୁଜୁରାଟର ସୁରତରେ କେବଳ ୨ ଲକ୍ଷ ଓଡ଼ିଆ ଅଛନ୍ତି ବୋଲି ବିଭିନ୍ନ ମହଲରେ ଆକଳନ କରାଯାଉଛି । ଯାଜପୁର ଜିଲ୍ଲାରେ ସର୍ବାଧିକ ୮,୪୮୮ଜଣ ପଞ୍ଚôକୃତ ହୋଇଛନ୍ତି । ଫଳରେ କେଉଁଠି କେତେ ଶ୍ରମିକଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯିବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ପରେ ରାଜ୍ୟ ସରକାରଙ୍କ ପାଇଁ ଅର୍ଥ ମଧ୍ୟ କଣ୍ଟା ସାବ୍ୟସ୍ତ ହେଉଛି । ଏବେ ରାଜ୍ୟର ଆର୍ଥିକ ସ୍ଥିତି ସଙ୍କଟଜନକ ସ୍ଥିତିରେ ଅଛି । ୨୦୦୦ରେ ବିଜେଡ଼ି କ୍ଷମତା ଦଖଲ ବେଳକୁ ରାଜ୍ୟର ମୁଣ୍ଡପିଛା ଋଣ ୫ହଜାର ଟଙ୍କା ଥିଲା ବେଳେ ଏବେ ତାହା ୧୮ହଜାର୨୨୮ରେ ପହଞ୍ଚôଛି । ଏବେ ରାଜ୍ୟର ଋଣଭାର ୮୨,୭୫୦.୬୮ କୋଟି ଟଙ୍କା ଅଛି । ୨୦୦୫-୦୬ରୁ ସରକାର ବାହାବା ନେବା ପାଇଁ ରାଜ୍ୟ ବଜେଟକୁ ବଳକା ବଜେଟରେ ପରିଣତ କରିଥିଲା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । କର୍ମଚାରୀଙ୍କୁ ଦରମା ଦେବା ପାଇଁ ସରକାର ଋଣ କରୁଥିଲା ବେଳେ ଏବେ ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ପାଇଁ ମୁଣ୍ଡପିଛା ୧୨୦ଟଙ୍କା ବ୍ୟୟ କରିବାକୁ ସ୍ଥିର ହୋଇଛି । ସଙ୍ଗରୋଧ ଶେଷ ହେବା ପରେ ଶ୍ରମିକଙ୍କୁ ରୋଜଗାରର ସୁଯୋଗ ମଧ୍ୟ ଦିଆଯିବ ଓ ଅନ୍ୟାନ୍ୟ ବ୍ୟୟ ମଧ୍ୟ ଅଛି । ସରକାର କିପରି ଏହି ବିପୁଳ ଅର୍ଥବ୍ୟୟକୁ ପରିଚାଳନା କରିବେ ତାହା ବିଭିନ୍ନ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here