Spread the love

ଭୁବନେଶ୍ୱର
ସାନ ପୁଅର ମୃତ୍ୟୁ ପରେ ୨ ଦିନ ତଳେ ଗୋଟିଏ ପରିବାରର ୫ ଜଣ ସଦସ୍ୟ(ମା, ଭଉଣୀ ଏବଂ ସାନ ଭାଇ) ଫିନାଇଲ ପି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ଏଥିରେ ବୁଧବାର ସାନଭାଇର ମୃତ୍ୟୁ ହୋଇଥିବାବେଳେ ଆଜି ମା ଓ ଜଣେ ଭଉଣୀ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ ଯେ ୨ ଦିନ ତଳେ ଝାରସୁଗୁଡା ଜିଲ୍ଲା ବିଟିଏମ ଫାଣ୍ଡି ଲହଣ୍ଡାବୁଡରେ ଘରର ବଡ ପୁଅର ମୃତ୍ୟୁ ହେବା ପରେ ପରିବାରର ଅନ୍ୟ ୫ ଜଣ ସଦସ୍ୟ ଫିନାଇଲ ପି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ଏବଂ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ରାତିରେ ସାନ ପୁଅ ଶ୍ରୀକାନ୍ତର ମୃତ୍ୟୁ ହୋଇଥିବାବେଳେ ବୁଧବାର ରାତିରେ ଭଉଣୀ ପିଙ୍କି ବିଶ୍ୱାଳ ଏବଂ ଆଜି ମା ପୁଷ୍ପାପତୀ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ଏବେ ଆଉ ଦୁଇ ଭଉଣୀ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here