Spread the love

ଭୁବନେଶ୍ୱର
ଝାରସୁଗୁଡା ସହରର ନିକଟରେ ଲହଣ୍ଡାବୁଡରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଫିନାଇଲ ପି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ ସାନଭାଇ ଦୀପକ ବିଶ୍ୱାଳ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ ହେଲା କୋମାରେ ରହିବା ପରେ ସୋମବାର ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁ ଦେହ ଘରେ ପଡିତିବା ବେଳେ ପରିବାର ସଦସ୍ୟ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା କରିଥିବା ୩ ଭଉଣୀ, ବଡ ଭାଇ ସହ ମା’ଙ୍କୁ ହସ୍ପାଟାଲରେ ଭର୍ତ୍ତି କରାଯାଇଛିି । ତେବେ ବଡ ଭଉଣୀର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here