Spread the love

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଆଶଙ୍କା ଦେଖାଦେଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୫ ତାରିଖ ବେଳକୁ ଏହା ଅବପାତର ରୁପ ନେବ ଓ ୧୬/୧୭ ତାରିଖ ବେଳକୁ ଶକ୍ତିଶାଳୀ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହି ସମୟ ମଧ୍ୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ଅଛି । ଓଡ଼ିଶା ପ୍ରତି ଏହି ସାମୁଦ୍ରିକ ଝଡ଼ ବିଶେଷ ବିପଦ ସୃଷ୍ଟି କରିବାର ସମ୍ଭାବନା ନଥିଲେ ମଧ୍ୟ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here