Spread the love

ଭୁବନେଶ୍ୱର: ଲକଡାଉନ ଅବଧି ଧିରେଧିରେ ଶେଷ ହୋଇ ଆସୁଥିଲା ବେଳେ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏବେ ବଜାରରେ ମାସ୍କ ପରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ଏହାର ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତି ଜାରି ହୋଇଛି । କଟକ-ଭୁବନେଶ୍ୱରରେ ବଜାର ଘାଟରେ ସାମାଜିକ ଦୁରତ୍ୱ ନରଖିଲେ ଜରିମାନା ଗଣିବାକୁ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। କୋଭିଡ୍-୧୯ ଅଧିନିୟମ ଅନୁସାରେ କମିଶନରେଟ୍ ପୁଲିସ ଏଏସଆଇ ଓ ଉପରିସ୍ଥ କର୍ମଚାରୀମାନଙ୍କୁ ଜରିମାନା ଆଦାୟ ପାଇଁ କ୍ଷମତା ଦେଇଛନ୍ତି। ବୁଧବାର ନୂଆ ନିୟମ କାର୍ୟ୍ୟକାରୀ ହେବ।
ନୂଆ ନିୟମ ଗୁଡ଼ିକ ହେଲା
• ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ଦୁଇ ମିଟର ବା ୬ ଫୁଟ୍ ରହିବା ଆବଶ୍ୟକ
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ନିଜ ପରିସର ମଧ୍ୟରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବେ
• ଟ୍ୱିନସିଟିର ପୌର ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦୋକାନ ଖୋଲିବା ମନା
• ଅନୁମତି ନମଳିଥିବା ଦୋକାନ ଖୋଲିବା ଉପରେ କଡ଼ା କଟକଣା
• ଗ୍ରାହକମାନେ ଦୋକାନରୁ କିଣାକିଣି କଲାବେଳେ ସାମାଜିକ ଦୂରତ୍ୱ ପାଳନ କରିବେ
• କୌଣସି ଗ୍ରାହକ ଏହାର ଉଲ୍ଲଂଘନ କଲେ ଜରିମାନା ଦେବେ
• ଯଦି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକଙ୍କ କଥା ମାନି ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖନ୍ତି, ତେବେ ସେମାନେ ପୁଲିସଙ୍କୁ ୧୦୦ ନମ୍ବରରେ ଜଣାଇପାରିବେ
• ସାମାଜିକ ଦୂରତ୍ୱ ଭାଙ୍ଗୁଥିବା ଗ୍ରାହକଙ୍କୁ ଦୋକାନି ବୁଝାଇବେ
• ସବୁ ଦୋକାନି ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
• ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ ଦୋକାନ ମନା
• ଦୋକାନ ପରିସରରେ ଥିଲେ ବି ଗ୍ରାହକଙ୍କୁ ମୁହଁରୁ ମାସ୍କ ଖୋଲିବା ମନା
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ପାଇଁ ସାନିଟାଇଜରର ବ୍ୟବସ୍ଥା କରିବେ
• କୌଣସି ବ୍ୟକ୍ତି ବଜାର ଅଞ୍ଚଳରେ ଗୁଟୁଖା, ପାନ ଇତ୍ୟାଦି ପାଟିରେ ରଖି ଯିବେ ନାହିଁ ଏବଂ ବାହାରେ ଛେପ ପକାଇବେ ନାହିଁ

LEAVE A REPLY

Please enter your comment!
Please enter your name here