Spread the love

ଭୁବନେଶ୍ୱର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ‘ବନ୍ଦେ ଉତ୍କଳ ଜନନୀ’ଆସନ୍ତା ବର୍ଷ ଠାରୁ ପାଠ୍ୟକ୍ରମରେ ସ୍ଥାନ ପାଇବ । ଏହି ସୂଚନା ଦେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଚଳିତ ବର୍ଷ ଲାଗି ବହି ବଣ୍ଟା ହୋଇସାରିିଛି । ଯଦି ସୁବିଧା ହେବ ତେବେ ସ୍ୱତନ୍ତ୍ର ପୁସ୍ତିିକା କରି ବହି ଯୋଗାଇ ଦିଆଯିବ । ଏନେଇ ବିଭାଗ ବିସ୍ତୃତ ଅନୁଧ୍ୟାନ ପରେ ନିଷ୍ପତ୍ତି ନେବ । ଏହା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଆଧାରରେ ପାଠ୍ୟକ୍ରମରେ ସାମିଲ ହେବ । ଏଥିରେ ସଙ୍ଗୀତ ରହିବ ଏବଂ କାନ୍ତ କବିଙ୍କ ବିଷୟରେ ସ୍ଥାନ ପାଇବ । ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହାକୁ ଗାନ କରାଯିବ । ଏବେ ମଧ୍ୟ ଅନେକ ସ୍କୁଲରେ ଏହାକୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here