Spread the love

ଭୁବନେଶ୍ୱର: କାନ୍ତ କବୀ ଲକ୍ଷ୍ମୀକାନ୍ତଙ୍କ ପ୍ରକ୍ଷାତ ସଂଗୀତ “ବନ୍ଦେ ଉତ୍କଳ ଜନନୀ” କୁ ରାଜ୍ୟ ସରକାର ରଜ୍ୟର ସରକାରୀ ସଂଗୀତ ମାନ୍ୟତା ପ୍ରଦାନ କରିଛନ୍ତି, ଏ ନେଇ ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏଣିକି ରାଜ୍ୟ ସଂଗୀତ ଗାନ କରାଯିବା ବେଳେ ସରକାରୀ ନିୟମ ସମସ୍ତ କାଇଦା ଓ ପୂର୍ବର ଅନୁମୋଦିତ ସ୍ୱର, ବିଦ୍ଧି ରକ୍ଷା କରାଯିବ । ବିଧାନ ସଭା ଅଧିବେସନ ଓ ଅନ୍ୟାନ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ଏହି ସଂଗୀତ ଗାନ ବାଧ୍ୟତାମୂଳକ ହେବ । ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନର ଉତ୍ସବରେ ଏହି ସଂଗୀତ ସରକାରୀ ବିଦ୍ଧି ଅନୁଯାୟୀ ପରିବେଶିତ ହେବା ଏବଂ ପୋଲିସ୍ ବ୍ୟାଣ୍ଡ୍, ବଂସି ଓ ଅନ୍ୟାନ୍ୟ ବାଦକରେ ଏହା ଅନ୍ତର୍ଭୂକ୍ତ କରାଯିବା । ଏହି ସଂଗୀତ ଗାନ ବେଳେ କେବଳ ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ଛାଡି ଅନ୍ୟ ସମସ୍ତେ ଦଣ୍ଡାୟମାନ ହେବେ, ଏଥିରେ ବ୍ୟତିକ୍ରମ କିମ୍ବା ଅସମ୍ମାନ ଦେଖାଦେଲେ ସରକାରୀ ନିୟମ ଅନୂଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ କ୍ୟାବିନେଟର ନିଷ୍ପତି ହୋଇଥିବା ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

LEAVE A REPLY

Please enter your comment!
Please enter your name here