Spread the love

ହାଇଦ୍ରାବାଦ, ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ଭି.ହନୁମନ୍ଥ ରାଓ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ପୂର୍ବତନ ପ୍ରଦେଶ କମିଟି ଅଧ୍ୟକ୍ଷ ଗଣମାଧ୍ୟମରେ ଏହି ଖବର ଜଣାଇଛନ୍ତି । ୭୨ ବର୍ଷୀୟ ରାଓ ଜନ୍ମଦିନ ଅବସରରେ ସଫେଇ କର୍ମଚାରୀଙ୍କୁ କମ୍ବଳ ବାଂଟିଥିଲେ । ଏହା ପରେ ତାଙ୍କ ଦେହ ଭଲ ରହି ନ ଥିଲା । ଫଳରେ ବାଧ୍ୟ ହୋଇ ସେ କରୋନା ଟେଷ୍ଟ କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ, ସେଠାରେ ୭ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here