Spread the love

ଝାରସୁଗୁଡା
ଝାରସୁଗୁଡା ଜିଲ୍ଲାର ଆଉ ୨ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ କନ୍ୟା ସାମିଲ ରହିଛି । ଜିଲ୍ଲାପାଳ ଟ୍ୱିଟ କରି ଏହି ସୂଚନା ଦେଇ କହିଛନ୍ତି ଯେ ଝାରସୁଗୁଡା ମଙ୍ଗଳାବଜାରରେ ରହୁଥିବ ଏକ ପରିବାରର ବର୍ଷକର ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ସମ୍ପୂର୍ଣ ପରିବାରକୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ଉପରେ ଦୃଷ୍ଟି ରଖାଯାଇଛି । ଏହା ସହିତ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନରେ ଥିବା ଜଣେ ୪୦ ବର୍ଷୀୟ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଥିବାବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here