Spread the love

ଭୁବନେଶ୍ୱର: ବସ ସେବା ବୁଧବାର ଠାରୁ ଚାଲୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଯାତ୍ରୀ ଭଡ଼ା ଦୁଇଗୁଣ କରିବା ପାଇଁ ଘୋଷଣା କରିଛନ୍ତି । ବସ ଗୁଡ଼ିକରେ ଥିବା ଆସନ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀ ନେବା ଲାଗି ସରକାର ପୂର୍ବରୁ ଘୋଷଣା କରିଥିଲେ । ସାମାଜିକ ଦୁରତ୍ୱକୁ ଦୃଷ୍ଟିରେ ରଖି ସରକାରଏପରି ନିଷ୍ପତ୍ତି ନେଇଥିଲେ । ତେବେ ଏତେ କମ ଲୋକ ନେଇ ବସ ଚଳାଇବା ସମ୍ଭବ ନୁହେଁ ବୋଲି ବସ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା । ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସମୀକ୍ଷା ହେବା ପରେ ଯାତ୍ରୀଭଡ଼ାକୁ ଦ୍ୱିଗୁଣିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here