Spread the love

ଭୁବନେଶ୍ୱର: ମେ ୪ତାରିଖରୁ ଆରମ୍ଭ ହେଉଥିବା ତୃତୀୟ ପର୍ୟ୍ୟାୟ ଲକଡାଉନ ପାଇଁ ସରକାରଙ୍କ ପକ୍ଷରୁ ସବୁ ଜୋନରେ କଣ୍ଟେନମେଣ୍ଟ ଅଞ୍ଚଳକୁ ବାଦ ଦେଇ ସେଲୁନ ଓ ସ୍ପାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ଗ୍ରୀନ ଜୋନରେ ମଦ ଓ ପାନ ଦୋକାନକୁ ଅନୁମତି ଦିଆଯାଇଛି । ଗ୍ରୀନ ଜୋନରେ ଡାକ୍ତରଖାନାଗୁଡ଼ିକର ଓପିଡି ଖୋଲିବା ଲାଗି ଅନୁମତି ଦିଆଯାଇଛି। ବିନା ପାସରେ ମାଲବାହୀ ଗାଡ଼ି ଚଳାଚଳ କରିପାରିବ। ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଇ-ବାଣିଜ୍ୟକୁ ଅନୁମୋଦନ କରାଯାଇଛି । ଏହି ଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ହୋଇ ନ ଥିବା ଜିନିଷଗୁଡିକର ମଧ୍ୟ ବିତରଣ କରାଯାଇପାରିବ। ସେହିପରି ଗ୍ରୀନ ଜୋନରେ ଏଣିକି ମଦ ଦୋକାନ ସହ ପାନ ଦୋକାନ ମଧ୍ୟ ଖୋଲା ରହିବ । ତେବେ ଦୋକାନରେ ଗ୍ରାହକମାନେ ପରସ୍ପର ଠାରୁ ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି ।ଦୁଇ ଚକିଆ ଯାନରେ ଦୁଇଜଣ ଓ ଚାରିଚକିଆ ଯାନରେ ୩ଜଣ ଯାଇପାରିବେ । ଓଲା, ଉବେରରେ ରୋଗୀ ଯାଇପାରିବେ । ଗ୍ରମାଞ୍ଚଳରେ ସବୁ ଉତ୍ପାଦନକାର୍ଯ୍ୟକୁ ଅନୁମତି ଦିଆଯାଇଛି । ସହରାଞ୍ଚଳରେ ଔଷଧ ଉତ୍ପାଦନ ଓ ବିତରଣ କାର୍ଯ୍ୟ ଚାଲୁରହିବ ।

LEAVE A REPLY

Please enter your comment!
Please enter your name here