Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ସିଟି ବସ ଏବଂ ଅଟୋ ଚଳାଚଳ ଆରମ୍ଭ ହୋଇଥିବାବେଳେ ଘରୋଇ ବସ ଚଳାଚଳ ଆରମ୍ଭ ହୋଇନାହିଁ । ଏନେଇ ସରକାର ଆଲୋଚନା ପାଇଁ ଡାକିନାହାନ୍ତି ବୋଲି ଘରୋଇ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗାଡି ଠିକ ନାହିଁ,ଷ୍ଟାଫ ନଥିବାରୁ ଆମେ ଏବେ ଗାଡ ଚଳାଇବାକୁ ଅସମର୍ଥ । ଯଦି ସିଟ କ୍ଷମତା ପରେ ରାସ୍ତାରୁ ଲୋକ ବସକୁ ଚଢନ୍ତି ତେବେ ସେମାନଙ୍କୁ ରୋକିବ କିଏ । ଏ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ଆମକୁ ଡାକନ୍ତୁ । ଆମ ଭବିଷ୍ୟତ କଥା ସରକାର ବିଚାର କରନ୍ତୁ । ଆମର ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ନା ନାହିଁ ତାହା ଜାଣିନାହୁଁ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ଗାଡି ଚାଲିବା ସମ୍ଭବ ନୁହେଁ ବୋଲି ସଂଘ କହିଛି । ତେବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଲକଡଉନ ଯୋଗୁଁ କର୍ମଚାରୀ ଅନପସ୍ଥିତ ଥିବାରୁ ବସ ଚାଲିବାରେ ବିଳମ୍ବ ହେଉଛି ଏବଂ ଘରୋଇ ବସ ମାଲିକ ସଂଘର ରୋଡ ଟ୍ୟାକ୍ସ ଛାଡ ଦାବି ସହିତ ଅନ୍ୟ ଦାବି ଉପରେ ମଧ୍ୟ ବିଚାର କରାଯାଉଛି ।

LEAVE A REPLY

Please enter your comment!
Please enter your name here