Spread the love

ନୂଆଦିଲ୍ଲୀ,ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାଶରେଫ ମୋର୍ଟାଜା କରୋନା ସଂକ୍ରମିତ ହୋଇଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ସେ ଫେସବୁକରେ ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ଘରୁ ଚିକିତ୍ସା ହେଉଛି ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛି । ସେ ୨୦୦ଟି ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି ଏବଂ ଚଳିତ ବର୍ଷ ଆରମ୍ଭରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ବାମହାତୀ ସ୍ପିନର ନାଜମୁଲ ଇସଲାମ ଏବଂ ଓପନର୍ ନାଫିସ୍ ଇକବାଲ୍ ମଧ୍ୟ କରୋନା ପାଇଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here