Spread the love

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ରବିବାର ଭିଡ଼ିଓ କନଫରେନ୍ସିଂ ଦ୍ୱାରା ଗଞ୍ଜାମ ଜିଲ୍ଲା କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ବେଳେ ସେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ନଛାଡ଼ିବା ପାଇଁ, ଆବଶ୍ୟକ ହେଲେ ସଙ୍ଗରୋଧ କେନ୍ଦ୍ର ଚତୁଃପାର୍ଶ୍ପରେ ୧୪୪ ଧାରା କରିବାକୁ ଓ ଆଉ ଏକ କୋଭିଡ଼ ଡାକ୍ତରଖାନା ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ସୁଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here