Spread the love

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି । ଏଠାରେ ଗୃହରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ହୋଇ ନିଆଁ ଲାଗିଯିବାରୁ ୬ ବର୍ଷ ଏବଂ ୮ ବର୍ଷ ବୟସର୨ ଶିଶୁ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ସମୟରେ ଘରେ ୩ ଶିଶୁ ଉପସ୍ଥିତ ଥିଲେ । ଏହି ସୂଚନା ପାଇ ଅଗ୍ନିଶମ ବାହିିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଗୁରୁତର ଆହତ ଶିଶୁକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସମ୍ପର୍କରେ କିଛି ଜଣାପଡି ନାହିଁ । ସେହିପରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here