Spread the love

ନୂଆଦିଲ୍ଲୀ
ଆରବ ସାଗରରେ ସୃଷ୍ଟି ହୋଇଥିବ ବାତ୍ୟା ନିସର୍ଗର ସ୍ଥିତ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏହା ସହିତ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଏବଂ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଲୋକଙ୍କୁ ଅନୁରୋଧ କରିିଛନ୍ତି ।ପ୍ରଧାନମନ୍ତ୍ରୀ ଟ୍ୱିଟ କର ଏହି ସୂଚନା ଦେଇଛନ୍ତି । ସୂଚନଯୋଗ୍ୟ ଯେ ବାତ୍ୟା ନିସର୍ଗ ଗତକାଲି ସ୍ଥଳଭାଗ ଛୁଇଁବ । ଏଥିରେ ମହାରାଷ୍ଟ୍ରର ମୁମ୍ବାଇ ସହିତ ଗୁଜରାଟ ଏବଂ ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି । ନିସର୍ଗ ଲାଗି ମୁମ୍ବାଇ ଉପକୂଳରେ ଏନଡିଆରଏଫର ୧୦ଟି ଟିମକୁ ମତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ବାତ୍ୟା ଯୋଗୁ ଗୁôଜରାଟ ଉପକୂଳରୁ ୨୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ ବୋଲି ଅଧିକାରୀମାନେ କହିଛନ୍ତି । ବାଂଲାଦେଶ ଏହି ବାତ୍ୟାର ନାମ ଦେଇଛି, ଯାହାର ଅର୍ଥ ହେଉଛି ପ୍ରକୃତି ।

LEAVE A REPLY

Please enter your comment!
Please enter your name here