Spread the love

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ କୁମାର ଜେନା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ଭାବ୍ୟ ବାତ୍ୟାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶନିବାର ଲଘୁଚାପଟି ଅବପାତ ରୂପ ନେଇଛି ଓ ବାତ୍ୟା ରୂପ ନେଇପାରେ। ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ବାତ୍ୟା ‘ଅମ୍ଫାନ’ ରହିଛି ଓ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ୧୭ ତାରିଖ ସଂଧ୍ୟାରେ ବାତ୍ୟାର ଗତି ପରିବର୍ତ୍ତନ ହୋଇ ପଶ୍ଚିମବଙ୍ଗ ଉପକୂଳକୁ ଗତି କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି । ସମୁଦ୍ର ଭିତରେ ବାତ୍ୟା ଓଡିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତ୍ତ ର ଓଡିଶାରେ ପ୍ରଭାବ ରହିବ ଓ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ଯାଏ ବର୍ଷା ହେବ । ୨୦ ତାରିଖ ଯାଏ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ । ବର୍ଷା ସମୟରେ ପବନ ବି ବହିବ । ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁ ପ୍ରସ୍ତୁତି କରିଛନ୍ତି । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାକୁ ସତର୍କ କରାଯାଇଛି । କୋଭିଡ- କେୟାର ସେଣ୍ଟର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ଏସଆରସି କହିଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା ସେ କହିଛନ୍ତି । ଏଥିନେଇ ରାଜ୍ୟ ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି ଯେ ରାଜ୍ୟରେ ବିପୁଳ ମାତ୍ରାରେ ଖାଦ୍ୟ ସାମଗ୍ରୀ ଅ ଛି, ଏଣୁ ଘରେ ଖାଦ୍ୟ ସାମଗ୍ରୀ ମହଜୁଦ କରିବା ଦରକାର ନାହିଁ।

LEAVE A REPLY

Please enter your comment!
Please enter your name here