Spread the love

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଅଧିକ ଘନୀଭୁତ ହୋଇ ବାତ୍ୟାର ରୁପ ନେଉଛି । ଏହା ଶୁକ୍ରବାର ଅବପାତର ରୁପ ନେବା ପରେ ୧୬ ତାରିଖରେ ସାମୁଦ୍ରିକ ଝଡ଼ ରୁପ ନେଇ ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ଅଛି । ୧୮ ଓ ୧୯ ତାରିଖରେ ଏହା ଉତ୍ତର ବଙ୍ଗୋପସାଗର ଦିଗକୁ ଗତି କରିବାର ସମ୍ଭାବନା ଅଛି । ୧୮ରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ଓ ୧୯ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଯଦି ଏହା ନିର୍ଦ୍ଧରିତ ଦିଗରେ ଗତି କରେ ତେବେ ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ମୁହାଁଇବ । ଯଦି ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରେ ତେବେ ଓଡ଼ିଶା ଆସିବାର ସମ୍ଭାବନା ଅଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here