Spread the love

ନୂଆଦିଲ୍ଲୀ
ଆବର ସାଗରରେ ସୃଷ୍ଟି ହୋଇଥିବା ନିସର୍ଗ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେଇପାରେ । ଏହାର ୧୨ ଘଣ୍ଟା ପରେ ନିସର୍ଗ ଡିପ ଡିପ୍ରେସନର ରୂପ ନେଇ ବୁଧବାର ଅପରାହ୍ନ ସୁଦ୍ଧା ମହାରାଷ୍ଟ୍ରରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଆକଳନ କରାଯାଇିଛି । ମୁମ୍ବାଇ, ଥାନେ, ପାଲଘର ଏବଂ ରାଇଗଡ ଜିଲ୍ଲାର ଉପରେ ଏହାର ଗଭୀର ପ୍ରଭାବ ପଡିବ । ପଶ୍ଚିମବଙ୍ଗ, ଓଡିଶା ଏବଂ ବାଂଲାଦେଶକୁ ପ୍ରଭାବିତ କରିଥିିବା ବାତ୍ୟା ଅମ୍ଫାନର କିଛିି ସପ୍ତାହ ପରେ ନିସର୍ଗ ଆସିଛି । ମହାରାଷ୍ଟ୍ର ଏବଂ ଗୁଜରାଟର ଉପକୂଳବର୍ତତୀ ଅଞ୍ଚଳରେ ବାତ୍ୟାର ସତର୍କସୂଚନା ଜାରି କରାଯାଇଛିି ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି କୁହାଯାଇଛି । ଦିଲ୍ଲୀ ସ୍ଥିତ ରିଜିଓନାଲ ସ୍ପେସିଆଲାଇଜଡ ମେଟ୍ରୋଲୋଜିକାଲ ସେଣ୍ଟରର ବୈଜ୍ଞାନିକ ସୁନୀତା ଦେବୀ କହିଛନ୍ତି ଯେ ନିସର୍ଗର ଗତିପଥ ଅନୁଯାୟୀ ଦକ୍ଷିଣ ମୁମ୍ବାଇ ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ଏକ ଗତିଶୀଳ ବ୍ୟବସ୍ଥା । ତେଣୁ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପରିବର୍ତ୍ତିତ ହୋଇଥାଏ । ମୁମ୍ବାଇ ନିସର୍ଗର ପଥରେ ଆସୁଛି ତେଣୁ ବାତ୍ୟାର ପ୍ରଭାବ ଏହା ଉପରେ ପଡିବ ।

LEAVE A REPLY

Please enter your comment!
Please enter your name here