Spread the love

ବେଙ୍ଗାଲୁରୁ: କରୋନାଭାଇରସ୍ ବାଦୁଡ଼ି ଦ୍ବାରା ବ୍ୟାପୁଥିବା ଆଶଙ୍କା କରି ବେଙ୍ଗାଲୁରୁ ବାସିନ୍ଦାମାନେ ବାଦୁଡ଼ିପଲ ଆଶ୍ରୟ ନେଉଥିବା ଗଛଗୁଡ଼ିକୁ କାଟିବା ଆରମ୍ଭ କରିଛନ୍ତି। ଫଳରେ ରାଜ୍ୟ ବନ ବିଭାଗ ଶୁକ୍ରବାର ଦିନ ଚେତାବନୀ ଜାରି କରି କହିଛି ଯେ ବାଦୁଡ଼ିମାନେ ଆଶ୍ରୟ ନେଉଥିବା ଗଛଗୁଡ଼ିକୁ କଟାଯାଇ ପାରିବ ନାହିଁ। ମହୀଶୂର, ଚମରାଜନଗର, ମଣ୍ଡ୍ୟା ଏବଂ ଚିକ୍କବଲ୍ଲପୁର ଅଞ୍ଚଳରେ ଲୋକେ ଗଛ କାଟୁଥିବାର ଖବର ଆସିବା ପରେ ବନ ବିଭାଗ ଏ ଘୋଷଣା କରିଛି। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ନିକଟରେ ‘ଆଇସିଏମ୍ଆର୍’ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଦୁଇଟି ପ୍ରଜାତିର ଦକ୍ଷିଣ ଏସୀୟ ବାଦୁଡ଼ି ଦେହରେ ‘ବାଦୁଡ଼ି କରୋନାଭାଇରସ୍’ ରହିଛି। କିନ୍ତୁ, ତାହା ସ୍ବାସ୍ଥ୍ୟପ୍ରତି ହାନିକାରକ ନୁହେଁ।
ଏହାଛଡ଼ା ବାଦୁଡ଼ି ଦ୍ବାରା କରୋନାଭାଇରସ୍ ବାଦୁଡ଼ି ଦ୍ବାରା ବ୍ୟାପୁଥିବାର କୌଣସି ପ୍ରମାଣ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହାଛଡ଼ା ବାଦୁଡ଼ିର ଜୈବ-ଚକ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

LEAVE A REPLY

Please enter your comment!
Please enter your name here