Spread the love

ମୁମ୍ବାଇ: ‘ରଜନୀଗନ୍ଧା’ ଓ ‘ଛୋଟି ସି ବାତ’ର ପ୍ରଯୋଜକ ବାସୁ ଚାଟାର୍ଜିଙ୍କର ଗୁରୁବାର ପରଲୋକ ହୋଇଛି । ତାଙ୍କୁ ୯୩ ବର୍ଷ ହୋଇଥିଲା । ନିଜର ସାନ୍ତାକ୍ରୁଜ ବାସଭବନରେ ଶୋଇଥିଲା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କ ପରଲୋକ ଖବର ଘୋଷଣା କରି ଭାରତୀୟ ସିନେମା ଓ ନିଦେ୍ର୍ଦଶକ ସଂଘ ସଭାପତି ଅଶୋକ ପଣ୍ଡିତ କହିଛନ୍ତି ଯେ ଗୁରୁବାର ସକାଳେ ଶୋଇଥିବା ଅବସ୍ଥାରେ ବାସୁ ଇହଧାମ ତ୍ୟାଗ କରିଛନ୍ତି । ସେ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାର ଶିକାର ହୋଇଥିଲେ । ତାଙ୍କ ବିୟୋଗରେ ସିନେ ଜଗତର ଅପୂରଣୀୟ କ୍ଷତି ଘଟିଛି । ସାନ୍ତାକ୍ରୁଜ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ । ସେ ‘ଉସ ପାର’, ‘ଚିତ୍ତଚୋର’, ‘ପିୟା କି ଘର’, ‘ଖଟା ମିଠା’ ପରି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here