Spread the love

ଇଟାଲୀ : ଇଟାଲୀରେ ଗବେଷଣାରତ ବିଷାରଦମାନେ ଏବେ ଏକ ନୂଆ ତଥ୍ୟ କରୋନା ସଂକ୍ରମଣକୁ ନେଇ ଉପସ୍ଥାପିତ କରିଛନ୍ତି ଯାହା କି ସବୁସ୍ତରରେ ଭୟ ସୃଷ୍ଟି କରିଛି । ଇଟାଲୀର କିଛି ସାଇଣ୍ଟିଷ୍ଟ କରୋନା ଉପରେ କରୁଥିବା ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି କି ଏହି ଭୂତାଣୁ ବାୟୁମଣ୍ଡଳରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଉଡିପାରି ଅନ୍ୟକୁ ଆକ୍ରାନ୍ତ କରିପାରେ । ଏହିକ୍ରମରେ ସେମାନେ କରିଥିବା ଏକ ପରୀକ୍ଷଣରୁ ଜାଣିପାରିଛନ୍ତି ଯେ ଇଟାଲୀର ବେହୋବାମୋ ପ୍ରଦେଶର ଏକ ଶିଳ୍ପାଞ୍ଚଳ ସହ ସହରର ବାୟୁରେ ଏହି ଭୂତାଣୁ ପରିଲକ୍ଷିତ ହୋଇଛି । ଏହାଦ୍ୱାରା କମ୍ୟୁନିଟି ସଂକ୍ରମଣର ଭୟ ମଧ୍ୟ ବୃଦ୍ଧି ପାଇଛି । ଏଭଳି ହେଲେ ମାନବ ସଭ୍ୟତା ପ୍ରତି ଏହା ଏକ ଅଭିଶାପ ପାଲଟି ପାରେ ବୋଲି ଲୋକେ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here