Spread the love

ଭୁବନେଶ୍ୱର
ପ୍ରଖ୍ୟାତ ଓଡିଆ ଅଭିନେତା ବିଜୟ ମହାନ୍ତିଙ୍କୁ ହାର୍ଟ ଆଟାକ ଆସିଛି । ଏଥିଯୋଗୁଁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସୂଚନା ଦେଇ ତାଙ୍କ ପତ୍ନୀ ତନ୍ଦ୍ରା ରାୟ କହିଛନ୍ତି ଯେ ମଙ୍ଗଳବାର ମେଡିକାଲ ଚେକଅପ ଲାଗି ଯାଇଥିବା ସମୟରେ ତାଙ୍କର ହାର୍ଟ ଆଟାକ ଆସିଥିଲା । ଏବେ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍‌୍ୟାବସ୍ଥାରେ ସୁଧାର ଆସିଛି । ସେ ଗତ ୩ରୁ ୪ ମାସ ହେଲା ଡାଇବେଟିସରେ ଆକ୍ରାନ୍ତ ଥିଲେ ଏବଂ ପରେ ଏକ ଅପରେସନ ହେବାରୁ ସେ ସୁସ୍ଥ ହୋଇଥିଲେ । ତନ୍ଦ୍ରାଙ୍କ ପୂର୍ବରୁ ସିନେ କଳାକର ସଂଘର ସଧାରଣ ସମ୍ପାଦକ ଶ୍ରୀତମ ଦାସ ବିଜୟ ମହାନ୍ତିଙ୍କ ଅସୁସ୍ଥତା ନେଇ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here