Spread the love

ନୂଆଦିଲ୍ଲୀ
ମହମାରୀ କରୋନା ଭାଇରସ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏଥିରେ ବଶ୍ୱର ଲ କ୍ଷାଧିକ ଲୋକ ମୃତ୍ୟୁବରଣ କେଲଣି । ଏହି ମନୁଷ୍ୟରୁ ମନୁଷ୍ୟକୁ ସଂକ୍ରମଣ କରୁଥିବା ଏହି ଭାଇରସ ଚୀନର ଉହାନର ସାରା ବିଶ୍ୱକୁ ବ୍ୟାପିଛି । ଏହି ଭାଇରସ ବିଦେଶରୁ ଆସିଥିବା ଲୋକଙ୍କ ମାଧ୍ୟମରେ ଭାରତକୁ ଆସିଥିଲା । ତେବେ କେବଳ କରୋନା ଭାଇରସ ନୁହେଁ, ଏପରି ୮ଟି ଭାଇରସ ବିଦେଶ ଫେରନ୍ତାଙ୍କ ଦ୍ୱାରା ଦେଶକୁ ଆସୁଛି ବୋଲି ଭାରତୀୟ ଗବେଷକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ସେଥିପାଇଁ ସେମାନେ ଭାରତକୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ ରେ ଅନ୍ୟ ଭାଇରସର ମଧ୍ୟ ଯାଞ୍ଚ ସାମିଲ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । କେରଳ ଏବଂ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଭିରୋଲୋଜି(ଏନଆଇଭି)ର ବୈଜ୍ଞାନିକମାନେ ଜାନୁଆରୀରୁ ଫେବ୍ରୁଆରୀ ମଧ୍ୟରେ ଭାରତ ଆସିଥିବା ୩୬୨ ଲୋକଙ୍କ ନମୂନା ପରୀକ୍ଷଣ କରିଥିଲେ । ଏଥିରୁ ୮୪ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଠାରେ ସାର୍ସ କରୋନା ଭାଇରସ ଥିବା ଜଣାପଡିଥିଲା । ଅନ୍ୟ ଲୋକମାନଙ୍କ ଠାରୁ ଶ୍ୱାସକ୍ରିୟା ଜନିତ ଭାଇରସ ମିଳିଛି । ଏହାର ଲକ୍ଷଣ ମଧ୍ୟ ସମାନ ରହିଛି । ଏହି ଭାଇରସ ଶ୍ୱାସକ୍ରିୟା ସହ ଜଡିତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଭାଇରସକୁ ପୂର୍ବରୁ ଭାରତରେ ଚିହ୍ନଟ କରାଯାଇଛି । ଯଦି ସାବଧାନତା ଅବଲମ୍ବନ ନକରିବା ତେବେ ଏହି ଭାଇରସ ମଧ ମନୁଷ୍ୟର କ୍ଷତି କରିବେ । ଜାନୁଆରୀ ୨୯ରୁ ଫେବ୍ରୁଆରୀ ୨୯ ମଧ୍ୟରେ ଦେଶର ବିଭିନ୍ନ ବିମାନବନ୍ଦରରୁ ୩୬୨ ନମୂନା ନିଆଯାଇଥିଲା । ଏଗୁଡିକର ଆରଟି ପିସିଆର ଯାଞ୍ଚ କରାଯାଇଥିଲା । ଏଥିରେ କେରଳର ୩ ଏବଂ ଦିଲ୍ଲୀର ଜଣେ ବାସିନ୍ଦା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏମାନେ ଦେଶରେ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ଏମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ଲୋକମାନେ ଇନଫ୍ଲୁଏଞ୍ଜା ଏ,ବି, ନଭେଲ କରୋନା ଭାଇରସ,ରାଇନୋଭାଇରସ, ଏଡିନୋ,ଆରଏସଭି, ମେଟାନିମୋ ଏବଂ ପେରା ଇନଫ୍ଲୁଏଞ୍ଜା ଭାଇରସ ମିଳିଛି । ଅନ୍ୟ ୧୦ ଜଣ ଲୋକ ସହ ସଂକ୍ରମଣର ଶିକାର ହୋଇଥିବାବେଳେ ୨୭୮ଙ୍କ ନମୂନା ନେଗେଟିଭ ଆସିଥିଲା । ବୈଜ୍ଞାନିକ ଡ ବର୍ଷା ପୋଟଦାର କହିଛନ୍ତି ଯେ ପଜିଟିଭ ୫୭ ଲୋକଙ୍କର ଖାସ ହେଉଥିଲ, ୪୮ ଲୋକଙ୍କୁ ଜ୍ୱର,୪୨ ଜଣଙ୍କ ଗଳା ଦରଜ,୨୯ ଜଣଙ୍କ ସର୍ଦ୍ଦି ହେଉଥିଲା । ୧୨ ଜଣଙ୍କ ସାମ୍ପଲରୁ ଆଣ୍ଟି ଭାଇରାଲ ଏବଂ ୩୧ ଜଣଙ୍କ ନମୂନା ଆଣ୍ଟିବାୟୋଟିକ୍ସ ମିଳିଥିଲା । ବାହାରୁ ଆସୁଥିବା ଲୋକଙ୍କ ସହ କରୋନା ବ୍ୟତୀତ ଅନ୍ୟ କେଉଁ ଭାଇରସ ଆସୁଛି ଜାଣିବା ଲାଗି ଏହି ଅଧ୍ୟ୍ୟନ କରାଯାଇଥିଲା । ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ମଧ୍ୟରେ ଆସିଥିବା ଲୋକଙ୍କ ନମୂନା ଅଧିକ ସଂକ୍ରମିତ ଥିଲା । ନ୍ୟାସନାଲ ଇନଫ୍ଲୁଏଞ୍ଜା ସେଣ୍ଟର ସହିତ ଅନ୍ୟ ୭ଟି ସଂସ୍ଥାର ବୈଜ୍ଞାନିକ ସାମିଲ ହୋଇ ଏହି ଅଧ୍ୟୟନ କରିଥିଲେ ।

LEAVE A REPLY

Please enter your comment!
Please enter your name here