Spread the love

ଭୁବନେଶ୍ୱର
ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନନ୍ଦାଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଶ୍ୱଶୂର-ବୋହୂ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଶ୍ୱଶୂର ବାତ୍ୟା ଅମ୍ଫାନକୁ ଦେଖି ବିଦ୍ୟୁତ ଖୁଣ୍ଟରୁ ଘରକୁ ଯାଇଥିବା ତାରକୁ ଠିକ କରୁଥିଲେ । ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଏହା ଦେଖି ବୋହୂ ଶ୍ୱଶୂରଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ତେବେ ଦୁର୍ଭାଗ୍ୟବଶତଃ ଉଭୟେ ଏଥିରେ ମୃତ୍ୟୁବରଣ କରିଛନ୍ତିି ।

LEAVE A REPLY

Please enter your comment!
Please enter your name here