Spread the love

ନୂଆଦିଲ୍ଲୀ:ବିଶାଖାପାଟନମ କେମିକାଲ କାରଖାନା ଗ୍ୟାସ ଲିକ ଘଟଣାରେ ଏଲଜି ପଲିମର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଜାତୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ,କେନ୍ଦ୍ର ସରକାର ଏବଂ ଅନ୍ୟ ସମସ୍ତଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁୁନାଲ(ଏନଜିଟି) ଶୁକ୍ରବାର ନୋଟିସ ଜାରି କରିଛନ୍ତି । ଏହା ସହିତ ଏନଜିଟି ପ୍ରାଥମିକ କ୍ଷୟକ୍ଷତି ଲାଗି ୫୦ କୋଟି ଟଙ୍କା ଜରିମାନା ପୈଠ କରିବାକୁ ଏଲଜି ପଲିମର୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଏନଜିିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋୟଲଙ୍କ ନେତୃତ୍ୱାଧିନ ପୀଠ ଏହି ଘଟଣାର ତଦନ୍ତ ଲାଗି ବି ଏସ ରେଡ୍ଡୀଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ଏବଂ ମେ ୧୮ ପୂର୍ୱରୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏହି କମିଟିରେ ରେଡ୍ଡୀଙ୍କ ବ୍ୟତୀତ ଭାଇଜାଗ ସ୍ଥିତ ଆନ୍ଧ୍ର ୟୁନିଭର୍ସିଟିର ପୂର୍ୱତନ ଉପକୁଳପତି ଭିଆର ମୂର୍ତ୍ତି, ଆନ୍ଧ୍ର ୟୁନିଭର୍ସିଟି କେମିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ପୁଲିପତି କିଂଗ, ସିପିସିବିର ସଚିବ ଏବଂ ଭାଇଜାଗ ଏନଇଇଆରର ମୁଖ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ ଯେ ବିଶାଖାପାଟନମର ଆରଆର ଭେଙ୍କଟାପୁରମ ଠାରେ ଥିବ ଏଲଜି ପଲିମର୍ସ କାରଖାନାରୁ ଗୁରୁବାର ବଢି ସକାଳୁ ବିଷାକ୍ତ ଷ୍ଟିରେନ ଗ୍ୟାସ ନିର୍ଗତ ହୋଇଥିଲା । ଏଥିରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here