Spread the love

ନୂଆଦିଲ୍ଲୀ
ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୯୪ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୬୫୭କୁ ବୃଦ୍ଧି ପାଇଥିବାବେଳେ ୬୬୪୨ ଜଣ ମୃତ୍ୟୁବରଣ କରିଛନ୍ତି ।ସେହିପରି ଏବେ ସୁଦ୍ଧା ୧,୧୪,୦୭୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଭାରତରେ ୪୮.୨୦% ରୋଗୀ ସୁସ୍ଥ ହେଲେଣି ।ଅପରପକ୍ଷେ ବିଶ୍ଵ କରୋନା ରୋଗୀଙ୍କ ତାଲିକାରେ ଭାରତ ୬ଷ୍ଠ ସ୍ଥାନକୁ ଉଠି ଯାଇଛି ।ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ବ୍ରାଜିଲ ୨ୟ, ଋଷିଆ ୩ୟ, ସ୍ପେନ ଚତୁର୍ଥ ଏବଂ ବ୍ରିଟେନ ୫ମ ସ୍ଥାନରେ ରହିଛି।ଏବେ ସୁଦ୍ଧା ବିଶ୍ବରେ ୬୮,୫୧୭୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୯୮୨୬୦ ଜଣ ମୃତ୍ୟୁବରଣ କଲେଣି ।

LEAVE A REPLY

Please enter your comment!
Please enter your name here