Spread the love

ନୂଆଦିଲ୍ଲୀ
ଆସନ୍ତା ୨୨ ତାରିଖରେ ବିଶ୍ବ ସ୍ଵାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡ ଅଧକ୍ଷ ପଦର୍ କାର୍ଯ୍ୟଭାର ଗ୍ରହଣ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ । ସେ ଭାରତର କରୋନା ବିରୋଧୀ ଯୁଦ୍ଧର ଜଣେ ସମ୍ମୁଖ ଯୋଦ୍ଧା ଅଟନ୍ତି । ସେ ଜାପାନର ଡ ହିରୋକି ନକାତାନିଙ୍କ ଠାରୁ ଉକ୍ତ ପଦଭାର ଗ୍ରହଣ କରିବେ । ସେ ବର୍ତ୍ତମାନ ୩୪ ସଦସ୍ୟ ବିଶିଷ୍ଟ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଅଧକ୍ଷ ଅଛନ୍ତି । ସୂଚନାଯୋଗ୍ୟ ଯେ ସଂଗଠନର ବୈଠକରେ ଭାରତ ତରଫରୁ ନାମିତ କରାଯାଇଥିବା ହର୍ଷବର୍ଦ୍ଧନଙ୍କ ନିଯୁକ୍ତି ପ୍ରସ୍ତାବକୁ ମେ ୧୯ରେ ବିଶ୍ବର ୧୯୪ଟି ରାଷ୍ଟ୍ର ପାରିତ କରିଥିଲେ । ହର୍ଷବର୍ଦ୍ଧନ ଏହି ପଦବୀରେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here