Spread the love

ନୂଆଦିଲ୍ଲୀ
କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ବିଶ୍ୱକୁ ଲକଡାଉନ କରାଯାଇଛି । ଏଥିଯୋଗୁଁ ଜର୍ମାନୀରେ ପ୍ରାୟ ୩ ମାସ ହେଲା ଫସି ରହିଥିବା ପୂର୍ବତନ ବିଶ୍ୱ ଚେସ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭାରତ ଫେରୁଛନ୍ତି । ସେ ଆଜି ଅପରାହ୍ଣ ସୁଦ୍ଧା ବାଙ୍ଗାଲୁରୁରେ ପହଞ୍ଚିବେ । ଆନନ୍ଦଙ୍କ ସ୍ତ୍ରୀ ଅରୁଣା ଆନନ୍ଦ ଏହି ସୂଚନା ଦେଇ କହିଛନ୍ତି ଯେ ସେ ଶୁକ୍ରବାର ବିିଳମ୍ବତ ରାତିରେ ଏୟାର ଇଣ୍ଡିଆର ବିମାନ (ଏଆଇ-୧୨୦)ରେ ଫ୍ରାଙ୍କଫର୍ଟ ଛାଡିଛନ୍ତି । ସେ ଦିଲ୍ଲୀ ଦେଇ ଅପରାହ୍ଣ ସୁଦ୍ଧା ବାଙ୍ଗାଲୁରୁରରେ ପହଞ୍ଚିବେ । ତେବେ କର୍ଣାଟକ ସରକାରଙ୍କ ନିୟମ ଅନୁଯାୟୀ ପାଞ୍ଚ ଥର ବିଶ୍ୱ ଚାମ୍ପିଆନ ହୋଇଥିବା ଆନନ୍ଦଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ସେ କ୍ୱାରେଣ୍ଟାଇନ ନିୟମକୁ ପାଳନ କରିବା ପରେ ପ୍ରୋଟକଲ ଅନୁଯାୟୀ ଚେନ୍ନାଇ ଫେରିବେ । ସେ ବଣ୍ଡେନସିଲଗା ଚେସ ଲିଗରେ ଭାଗ ନେବା ପାଇଁ ଜର୍ମାନୀ ଯୋଗ ଦେଇ ଭାରତ ଫେରୁଥିବାବେଳେ କରୋନା ଭାଇରସ କଟକଣା ଯୋଗୁଁ ସେଠାରେ ତାଙ୍କୁ ରହିବାକୁ ପଡିଥିଲା ।

LEAVE A REPLY

Please enter your comment!
Please enter your name here