Spread the love

ନୂଆଦିଲ୍ଲୀ
ଚୀନର ଉହାନରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଦିନକୁ ଦିନ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହେଉଥିବାବେଳେ ୟୁରୋପରେ ଏହା ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ସାରା ବିଶ୍ୱରେ ତଦଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ନିକଟତର ହୋଇଛିି । ବର୍ତ୍ତମାନ ସୁଦ୍ଧା ୨୧୨ଟି ଦେଶର ୨,୯୩,୦୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଥିବାବେଳେ ୪୩,୫୪,୫୪୫ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୬,୦୯,୫୩୪ଜଣ ସୁସ୍ଥ ହୋଇଥିବାବେଳେ ୨୪,୫୧,୯୭୮ ମାମଲା ସକ୍ରିୟ ରହିଛି । ଏମାନଙ୍କ ମଧ୍ୟରୁ ୪୬,୩୫୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତେବେ ଏଥିରୁ ଭାରତ ମଧ୍ୟ ବାଦ ପଡିନାହିଁ । ଏ ପର୍ଯ୍ୟନ୍ତ ବିପଜ୍ଜନକ କରୋନା ଭାଇରସରେ ୨୪୫୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୪,୨୮୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହପରି ୨୪,୩୮୬ ଜଣ ସୁସ୍ଥ ହୋଇଥିବାବେଳେ ୪୭,୪୮୦ଟି ମାମଲା ସକ୍ରିୟ ରହିଛି । ଏଥିରେ ମହାରାଷ୍ଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେଠାରେ ୨୪୪୨୭ ଆକ୍ରାନ୍ତ ଓ ୯୨୧ଜଣ ମୃତ ହୋଇଛି । ସେହିପରି ଗୁଜରାଟରେ ୮୯୦୩ ଓ ୫୩୭, ତାମିଲନାଡୁରେ ୮୭୧୮ ଓ ୬୧, ଦିଲ୍ଲୀରେ ୭୬୩୯ ଓ ୮୬, ରାଜସ୍ଥାନରେ ୪୧୨୬ ଓ ୧୧୭, ମଧ୍ୟପ୍ରଦେଶରେ ୩୯୮୬ ଓ ୨୨୫, ଉତ୍ତରପ୍ରଦେଶରେ ୩୬୬୪ ଓ ୮୨, ପଶ୍ଚିମବଙ୍ଗରେ ୨୧୭୩ ଜଣ ଆକ୍ରାନ୍ତ ଏବଂ ୧୯୮ ଜଣ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷେ ଆମେରିକାରେ ୧୪,୦୮,୬୩୬ ଆକ୍ରାନ୍ତ ଓ ୮୩,୪୨୫ ଜଣଙ୍କ ମୃତ୍ୟୁ, ସ୍ପେନରେ ୨,୬୯ ୫୨୦ ଏବଂ ୨୬,୯୨୦, ରଷିଆରେ ୨,୪୨,୨୭୧ ଏବଂ ୨,୨୧୨, ବ୍ରିଟେନରେ ୨,୨୬୪୬୩ ଏବଂ ୩୨,୬୯୨, ଇଟାଲୀରେ ୨,୨୧,୨୧୬ ଏବଂ ୩୦,୯୧୧, ଫ୍ରାନ୍ସରେ ୧,୭୮,୨୨୫ ଆକ୍ରାନ୍ତ ଏବଂ ୨୬,୯୯୧ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here