Spread the love

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ଶନିବାର ମଧ୍ୟାହ୍ନ ସୁଦ୍ଧା ୨,୭୬,୩୭୭କୁ ବୃଦ୍ଧି ପାଇଛି । ଏହା ସହିତ ଏଥିରେ ୪୦,୨୬,୮୪୬ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୩,୯୩,୧୬୦ ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩,୫୭,୩୦୯ଟି ମାମଲା ସକ୍ରିୟ ଥିବାବେଳେ ୪୮,୫୦୧ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତେବେ ୨୩.୦୮,୮୦୮ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅପରପକ୍ଷେ ଭାରତରେ ଏବେ ସୁଦ୍ଧା ୩୯୮୩୪ଟି ମାମଲା ସକ୍ରିୟ ଥିବାବେଳେ ୧୭୮୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ଏବଂ ୧୯୮୧ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ବିପଜ୍ଜନକ ଭାଇରସରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ସେଠାରେ ୭୮,୬୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩,୨୨୧୬୩ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସ୍ପେନ ସ୍ପେନର ୨୬,୨୯୯, ଇଟାଲୀର ୩୦,୨୦୧, ବ୍ରିଟେନର ୩୧,୨୪୧, ଫ୍ରାନ୍ସର ୨୬,୨୩୦ ବ୍ରାଜିଲର ୧୦,୦୧୭,ରଷିଆର ୧୮୨୭ ଜଣ ଲୋକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି ।

LEAVE A REPLY

Please enter your comment!
Please enter your name here