Spread the love

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱରେ ଅଣାୟତ୍ତ ସ୍ଥିତିସୃଷ୍ଟି ହୋଇଛି । ଚୀନର ଉହାନରୁ ବ୍ୟାପିଥିବା ଏହି ଭାଇରସ ୨୧୩ ଦେଶକୁ ପ୍ରଭାବିତ କରିଛି । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଏଥିରେ ୩,୪୭,୯୫୦ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୫୫,୯୧,୯୭୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୩,୬୮,୮୬୪ ଲୋକ ସୁସ୍ଥ ହୋଇଥିବାବେଳେ ୫୩୧୬୬ଙ୍କ ଅବସ୍ଥା ଗୁରୁତର ରହିଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା କରୋନାରେ ଅଧିକ ପ୍ରଭାବିତ ହୋଇଥିବାବେଳେ ଭାରତରେ ମଧ୍ୟ ଦିନକୁ ଦିନ ଏହି ମାମଲା ବଢିବାରେ ଲାଗିଛି । ଆମ ଦେଶ ଏବେ କରୋନା ଆକ୍ରାନ୍ତଙ୍କ ତାଲିକାରେ ୧୦ ନଂ ସ୍ଥାନରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୫୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ୧୪୬ ଜଣଙ୍କ ମୃତୁ୍ୟ ହୋଇଛି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୮୦ରେ ପହଞ୍ଚିଥିବାବେଳେ ୪,୧୬୭ ଲୋକ ମୃତୁ୍ୟବରଣ କଲେଣି । ଏବେ ୮୦୭୨୨ଟି ମାମଲା ସକ୍ରିୟ ଥିବାବେଳେ ୬୦୪୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ତେବେ ଭାରତରେ ସୁସ୍ଥତା ହାର ୪୧.୬୦ ପ୍ରତିଶତ ଅନ୍ୟ ଦେଶ ତୁଳନାରେ ଭଲ ରହିଛି । ଏଥିରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ତାହା ପଛକୁ ରହିଛି ଗୁଜରାଟ । ମହାରାଷ୍ଟ୍ରରେ ୫୨୬୬୭ ଆକ୍ରାନ୍ତ ଓ ୧୬୯୫ ମୃତ, ଗୁଜରାଟରେ ୧୪୪୬୦ ଓ ୮୮୮, ପଶ୍ଚିମବଙ୍ଗରେ ୩୮୧୬ ଓ ୨୭୮, ଉତ୍ତରପ୍ରଦେଶରେ ୬୫୩୨ ଓ ୧୬୫,ତାମିଲନାଡୁରେ ୧୭୦୮୨ ଆକ୍ରାନ୍ତ ଏବଂ ୧୧୮ ଜଣ ମୃତୁ୍ୟବରଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here