Spread the love

ନୂଆଦିଲ୍ଲୀ
ଚୀନର ଉହାନ ପ୍ରଦେଶରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସରେ ବିଶ୍ୱର ୨୧୨ ରଷ୍ଟ୍ର ପ୍ରଭାବିତ ହୋଇଛନ୍ତି । ଏଥିରେ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ୪୨,୭୧,୭୦୦ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୨,୮୭,୬୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୨୪,୪୮,୯୯୦ଟି ମାମଲା ସକ୍ରିୟ ଥିବାବେଳେ ୪୬,୯୧୯ ଜଣଙ୍କ ସ୍ୱାସ୍ଥ୍ୟାସ୍ଥା ଗୁରୁତର ରହିଛି । ତେବେ ବିଶ୍ୱର ୧୫,୩୫,୦୯୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷେ ଭାରତ ମଧ୍ୟ ଏହି ମହାମାରୀରେ ପ୍ରକୋପରୁ ବାଦ ପଡିନାହିଁ । ମଙ୍ଗଳବାର ସୁଦ୍ଧା ଭାରତର ୭୦,୭୫୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୨୯୩ ଲୋକ ମୃତ୍ୟୁବରଣ କରିଛନ୍ତି । ଏବେ ୪୬,୦୦୮ଟି ମାମଲ।। ସକ୍ରିୟ ଥିବାବେଳେ ୨୨୪୫୫ ଜଣ ସୁସ୍ଥ ହୋଇଛନ୍ତି । ଏହି ଭାଇରସରେ ମହାରଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମହାରଷ୍ଟ୍ରରେ ୨୩୪୦୧, ଗୁଜର।।ଟର ୮୫୪୧, ତାମିଲନାଡୁର ୮୦୦୨, ଦିଲ୍ଲୀ ୭୨୩୩, ରାଜସ୍ଥାନର ୩୯୮୮, ମଧ୍ୟପ୍ରଦେଶର ୩୭୮୫, ଉତ୍ତରପ୍ରଦେଶର ୩୫୭୩, ପଶ୍ଚିମବଙ୍ଗର ୨୦୬୩, ତେଲେଙ୍ଗାନାର ୧୨୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତିି । ଅପରପକ୍ଷେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରଷ୍ଟ୍ର ଆମେରିକା କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସେଠାରେ ୧୩,୮୫,୮୩୪ ଅ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୮୧,୭୯୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ସ୍ପେନରେ .୬୮,୧୪୩ ଆକ୍ରାନ୍ତ ଏବଂ ୨୬୭୪୪ ମୃତ୍ୟୁ, ରଷିଆରେ ୨,୩୨,୨୪୩ ଆକ୍ରାନ୍ତ ୨୧୧୬ ମୃତ, ବ୍ରିଟେନରେ ୨,୨.୦୬୦ ଆକ୍ରାନ୍ତ ଓ ୩୨୦୬୫ ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here