Spread the love

ନୂଆଦିଲ୍ଲୀ
ଚୀନର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରିଚିଛି । ଶୁକ୍ରବାର ଅପରାହ୍ଣ ସୁଦ୍ଧା ୪୫,୪୩,୩୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୩୦୩,୭୦୯ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ବର୍ତ୍ତମାନ ୧୭,୧୩,୨୮୧ଟି ମାମଲା ସକ୍ରିୟ ରହିଥିବାବେଳେ ୧୭,୧୩,୨୮୧ ଲୋକ ଏଥିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪୫,୫୦୭ ଜଣଙ୍କ ସ୍ୱାସ୍ଥ୍‌୍ୟାବସ୍ଥା ଗୁରୁତର ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧,୩୧୧ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶ୍ୱର ଶକ୍ତିଶାଳୀ ରଷ୍ଟ୍ର ଆମେରିକା ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ଭାରତ ମଧ୍ୟ କରୋନା ପ୍ରଭାବରୁ ବାଦ ପଡିନାହିଁ । ଶୁକ୍ରବାର ଅପରାହ୍ଣ ସୁଦ୍ଧା ଭାରତର ୮୧,୯୭୦ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୨୭୯୨୦ ସୁସ୍ଥ ହୋଇ ଫେରଛନ୍ତି । ସେହିପରି ୨୬୪୯ ମୃତ୍ୟୁବରଣ କରିଥିବାବେଳେ ଏବେ ୫୧୪୦୧ଟି ମାମଲା ସକ୍ରିୟ ରହିଛି । କରୋନା ଭାଇରସରେ ମହାରାଷ୍ଟ୍ରର ୨୭୫୨୪ ଆକ୍ରାନ୍ତ ଏବଂ ୧୦୧୯ ମୃତ, ତାମିଲନାଡୁରେ ୯୭୬୭୪ ଏବଂ ୬୬, ଗୁଜରାଟରେ ୯୫୯୧ ଏବଂ ୫୮୬,ଦିଲ୍ଲୀରେ ୮୪୭୦ ଏବଂ ୧୧୫, ରାଜସ୍ଥାନରେ ୪୫୩୪ ଏବଂ ୧୨୫, ମଧ୍ୟପ୍ରଦେଶରେ ୪୪୨୬ ଏବଂ ୨୩୭,ଉତ୍ତରପ୍ରଦେଶର ୩୯୦୨ ଏବଂ ୮୮,ପଶ୍ଚିମବଙ୍ଗର ୨୩୭୭ ଏବଂ ୨୧୫, ଆନ୍ଧ୍ରପ୍ରଦେଶରେ ୨୨୦୫ ଏବଂ ୪୮ ଏବଂ ତେଲେଙ୍ଗାନାର ୧୪୧୪ ଲୋକ ଆକ୍ରାନ୍ତ ଏବଂ ୩୪ ଲୋକ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here