Spread the love

ନୂଆଦିଲ୍ଲୀ ଚୀନର ଉହାନ ପ୍ରଦେଶରୁ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସର ପ୍ରକୋପ କମିବାର ନାଁ ଧରୁନି । ସୋମବାର ଅପରାହ୍ଣ ସୁଦ୍ଧା ବିଶ୍ୱର ୪୮,୧୯,୨୭୭ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩,୧୬,୯୫୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୮,୬୪୧୯୪ ଜଣ ସୁସ୍ଥ ହୋଇ ଫେରିିଥିବାବେଳେ ଏବେ ୨୬,୩୮,୧୨୪ଟି ମାମଲା ସକ୍ରିୟ ରହିଛି । ଏହା ବ୍ୟତୀତ ୪୪,୭୮୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାବେଳେ ଗତ ୨୪ ଘ । ମଧ୍ୟରେ ୨୦,୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ରଷିଆ ସ୍ପେନକୁ ଟପିଯାଇଛି । ଏବେ ସୁଦ୍ଧା ରଷିଆର ୨,୯୦,୬୭୮ ଏବଂ ସ୍ପେନର ୨,୭୭,୭୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷେ ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏବେ ଭାରତର ମୃତ୍ୟୁ ସଂଖ୍ୟା ୩ ହଜାର ପାରକରି ୩୦୨୯ରେ ପହ ିିଛି । ସେହିପରି ୯୬୧୬୯ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୩୬ ୮୨୪ ଲୋକ ସୁସ୍ଥ ହୋଇଛନ୍ତି । ଏବେ ୫୬,୩୧୬ଟି ମାମଲା ସକ୍ରିୟ ରହିଛି । ଏ ପର୍ଯ୍ୟନ୍ତ ମହାରଷ୍ଟ୍ରର ୩୩୦୫୩, ଗୁଜରାଟର ୧୧୩୭୯, ତାମିଲନାଡୁର ୧୧୨୨୪, ଦିଲ୍ଲୀର ୧୦୦୫୪, ରାଜସ୍ଥାନର ୫୨୦୨,ମଧ୍ୟପ୍ରଦେଶର ୪୯୭୭, ଉତ୍ତର ପ୍ରଦେଶର ୪୨୫୯, ପଶ୍ଚିମବଙ୍ଗର ୨୬୭୭, ଆନ୍ଧ୍ରପ୍ରଦେଶର ୨୪୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here