Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସ ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି । ଏଥିରେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୫୮,୦୪,୬୨୮ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩,୫.୭୩୮ ଜଣ ପ୍ରାଣ ହରାଇଛନ୍ତି । ତେବେ ୨୯,୩୬,୮୭୮ ମାମଲା ସକ୍ରିୟ ଥିବାବେଳେ ୨୫,୦୯,୫୩୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୫୨୯୭୦ ଜଣ ଗୁରୁତର ଅଛନ୍ତି । ସେହିପରି ଭାରତରେ ଦିନକୁ ଦିନ କରୋନା ମାମଲା ନୂତନ ରେକର୍ଡ କରିବାରେ ଲାଗିଛି । ଏଥିରେ ୧,୫୮,୩୩୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୬ ୧୧୦ଟି ମାମଲା ସକ୍ରିୟ ରହିଛି । ସେହିପରି ୪,୫୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୭,୬୯୨ ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ମହାରାଷ୍ଟ୍ରର ୫୬୯୪୮ ଆକ୍ରାନ୍ତ ଏବଂ ୧୮୯୭ ମୃତ, ତାମିଲନାଡୁର ୧୮୫୪୫ ଏବଂ ୧୩୩, ଦିଲ୍ଲୀର ୧୫୨୫୭ ଏବଂ ୩୦୩, ଗୁଜରାଟରେ ୧୫୧୯୫ ଏବଂ ୯୩୮, ରାଜସ୍ଥାନରେ ୭୭୦୩ ଏବଂ ୧୦୩, ମଧ୍ୟପ୍ରଦେଶରେ ୭୨୬୧ ଏବଂ ୩୧୩, ଉତ୍ତରପ୍ରଦେଶରେ ୬୯୯୧ ଏବଂ ୧୮୨, ପଶ୍ଚିମବଙ୍ଗରେ ୪୧୯୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୮୯ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here