Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସ ଚୀନର ଉହାନ ପ୍ରଦେଶରୁ ସୃଷ୍ଟି ହୋଇ ସର ବିଶ୍ୱକୁ ବ୍ୟାପିଯାଇଛି । ଏଥିଯୋଗୁଁ ୨୧୨ଟି ରଷ୍ଟ୍ର ପ୍ରଭାବିତ ହୋଇଛନ୍ତି । ଏଥିରେ ଗୁରୁବାର ଅପରାହ୍ନ ସୁଦ୍ଧା ୪,୪୪,୨୬୭ ଲୋକ ସଂକ୍ରମିତ ହୋଇଥିବାବେଳେ ୨,୯୮,୪୦୧ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଭାଇରସ ମନୁଷ୍ୟ ଠାରୁ ମନିଷ୍ୟକୁ ବ୍ୟାପୁଥିବାରୁ ଏହି ସଂକ୍ରମଣକୁ ରୋକିବା ଲାଗି ଅନେକ ରଷ୍ଟ୍ର ଲକାଡାଉନକୁ ଆପପଣାଇଛନ୍ତି । ଏଥିଯୋଗୁ ଗାଡି ମଟର ବନ୍ଦ ହେବା ସହିତ ବାଣିଜ୍ୟ ବ୍ୟବସାୟ ମଧ୍ୟ ଠପ ହୋଇଯାଇଛି । ତେଣୁ ବିଶ୍ୱ ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡୁଛି । ଏଥିଯୋଗୁଁ ଅର୍ଥନୀତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଲାଣି । ତେବେ ଏହାର ପ୍ରଭାବରେ ଅର୍ଥନୀତି ୩.୨ ପ୍ରତିଶତ ହ୍ରାସ ପାଇବ ବୋଲି ମିଳତ ଜାତିସଂଘ ଆକଳନ କରିିଛି । ଲୋକଙ୍କ ଉପରେ ଏହାର ସବୁଠାର ଅଧିକ ପ୍ରଭାବ ପଡିବା ସହିତ କୋଟିକୋଟି ଲୋକ ଚାକିରି ହରାଇବେ । ଜାତିସଂଘର ମଧ୍ୟବର୍ତ୍ତାକାଳୀନ ରିପୋର୍ଟରେ କୁହାଯାଇଛି ଯେ କରୋନା ଲାଗି ବିଶ୍ୱ ଅର୍ଥନୀତିର ୮.୫ ଟ୍ରିଲିୟନ ଡଲାରର କ୍ଷତି ହେବା ସହିତ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଆର୍ଥୀକ ସଙ୍କଟ ଦେଖାଯିବ । ଯଦି କରୋନା ପୁଣିଥରେ ଫେରେ ତେବେ ସ୍ଥିତି ସାଂଘାତିକ ହୋଇଯିବ ଏବଂ ଅର୍ଥନୀତି ପ୍ରାୟ ୪.୯ ପ୍ରତିଶତ ହ୍ରାସ ପାଇପାରେ ।

LEAVE A REPLY

Please enter your comment!
Please enter your name here