Spread the love

ନୂଆଦିଲ୍ଲୀ
କରୋନା ଭାଇରସ ଭ୍ୟାକ୍ସିନକୁ ନେଇ ଏବେ ଗବେଷଣା ଜାରି ରହଛି । ଏଭଳି ସ୍ଥିତିରେ ମେ ୨୫ରେ କରୋନା ରୋଗୀଙ୍କୁ ଲାଗି ଉପାଦେୟ ସାବ୍ୟସ୍ତ ହୋଇଥିବା ହାଇଡ୍ରୋକ୍ଲୋରୋକୁଇନର ଟ୍ରାଏଲ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଅଚାନକ ରୋକ ଲଗାଇ ଦେଲା । ଏହାକୁ ନେଇ ସାରା ବିଶ୍ୱରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଭାରତୀୟ ଡାକ୍ତରମାନେ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯ୍ଧବଥିଲେ । କିନ୍ତୁ ପରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ନିର୍ଦ୍ଦେଶକ ବଳରାମ ଭାର୍ଗବ ହଇଡ୍ରୋକ୍ଲୋରୋକୁଇନ ଉପରେ ବିଶ୍ୱାସ ପ୍ରଗଟ କରଥିଲେ ଏବଂ ଏହି ଔଷଧର ବ୍ୟବହାର କରାଯିବ ବୋଲି କହଥିଲେ । ସେ କହିଥିଲେ ଯେ ଏହାର ସେବନ କଲେ କିଛି ଲୋକଙ୍କୁ ବାନ୍ତି ଆସିଥାଏ କିନ୍ତୁ ଖାଇ ସାରିବା ପରେ ଏହାକୁ ଖାଇଲେ କିଛି ଅସୁବିଧା ହେବ ନାହିଁ । ସେ ମଧ୍ୟ କିଏ କେତେ ଡୋଜ ନେଇପାରିବ ସେ ବିଷୟରେ ଉଲ୍ଲେଖ କରିଥିଲେ । ମେଲେରିଆ ଏବଂ ଆର୍ଥରାଇଟିସ ଭଳି ରୋଗ ଲାଗି ଗତ ୬୦ ବର୍ଷ ହେଲା ହାଇଡ୍ରୋକ୍ଲୋରୋକୁଇନ ଏବଂ କ୍ଲୋରୋକୁଇନକୁ ବ୍ୟବହାର କରାଯାଉଛି । ଏହାକୁ ୧୯୫୫ରୁ ଆମେରିକା ବ୍ୟବହାର କରିଆସୁଛି । ମେଲେରିଆ, ଲ୍ୟୁପସ,ଆର୍ଥରାଇଟ୍ସ ଏବଂ ଅଟୋଇମ୍ୟୁନ ଆଦି ରୋଗ ପାଇଁ ହୁର ନିରାପଦ ଔଷଧ ତାଲିକାରେ ଏହା ରହିଛି । ଯଦି ଅଚାନକ ଔଷଧକୁ ବନ୍ଦ କରି ଦିଆଯବ ତେବେ ଆଶ୍ଚର୍ଯ୍ୟ ହେବା ତ ସ୍ୱାଭାବିକ । ଏହାର ଟ୍ରାଏଲକୁ ନିଷିଦ୍ଧ କରିିବା ପଛରେ ବଡ ଆମେରିକୀୟ କମ୍ପାନୀର ହାତ ଥିବା ସନ୍ଦେହ କରାଯାଉଛି । ହାଇଡ୍ରୋକ୍ଲୋରୋକୁଇନ ବ୍ୟବହାର ଦ୍ୱରା ହାର୍ଟ ଆଟାକ ଆସୁଛି ଏବଂ ମୃତ୍ୟୁସଂଖ୍ୟା ବଢୁଛି ବୋଲି ଅଚାନକ ଅଭିଯୋଗ ଆସିଥିଲା । କିନ୍ତୁ ଏହାର କୌଣସି ସାଇଡ ଇଫେକ୍ଟ ହେଉଥିବାର ଉଲ୍ଲେଖ ମେଡିକାଲ ଲିଟରେଚରରେ ହୋଇନାହିଁ । ଏହି ସମୟରେ ଆମେରିକୀୟ କମ୍ପାନୀ ଗିଲିୟଡର ଔଷଧ ରେମିଡିସିିଭର ବ୍ୟବହାର କରିବାକୁ କୁହାଯାଇଥିଲା । ଇବୋଲା ପାଇଁ ଆସିଥିବା ଏହି ଆଣ୍ଟି ଭାଇରଲ ଔଷଧ ସପକ୍ଷରେ ରିସର୍ଚ୍ଚ ଆସିଥିଲା । ତେବେ ୨୦୨୦ ଏପ୍ରିଲ ୩୦ରେ ଆମେରିକାର ଔଷଧ ମଞ୍ଜୁରୀ ଦେଉଥିବା କମ୍ପାନୀ ୟୁଏସ ଏଫଡିଏ ଏହାକୁ କୌଣସି ରୋଗ ଲାଗି ବ୍ୟବହାର କରିବାକୁ ଅନୁମତି ଦେଇନଥିଲା । ତେବେ ଏଥିଯୋଗୁ ଔଷଧ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାର ବିକ୍ରି ହୋଇପାରିନଥିଲା । ଏହାକୁ ଇବୋଲା ଏବଂ ନିପା ଭାଇରସ ପାଇଁ ପ୍ରସ୍ତୁତ କରାଯାଇଥିଲ । ଅଚାନକ ଏହି ଔଷଧ ଦ୍ୱାର କରୋନା ରୋଗୀ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି ବୋଲି ଦାବି କରାଯାଇଥିଲା । ତେବେ ମେ ୧ରେଏହାକୁ ବ୍ୟବହାର ଲାଗି ମଞ୍ଜୁରୀ ମିଳିଥିଲା ।
ଏବେ ଆପଣ ଭାବନ୍ତୁ ହାଇଡ୍ରୋକ୍ଲୋରୋକୁଇନ ସୁରକ୍ଷିତ, ଶସ୍ତା ଏବଂ ଔଷଧ ଭାବେ ଏହାକୁ ଭାରତରେ ଡାକ୍ତର, କରୋନା ଚିକିତ୍ସାରେ ଲାଗିଥିବା କର୍ମଚାରୀଙ୍କୁ ଦିଆଯାଉଛି । କିନ୍ତୁ ୬୦ ବର୍ଷରୁ ବ୍ୟବହାର ହୋଇ ଆସୁଥିବା ଏହି ଔଷଧକୁ ଅଚାନକ ବନ୍ଦ କରିଦିଆଯାଉଛି କିପରି । ଅନ୍ୟପଟେ ଆମେରିକା କମ୍ପାନୀ ପ୍ରସ୍ତୁତ କରୁଥିବା ଏକ ଔଷଧକୁ ଯାହା ରୋଗୀଙ୍କୁ ଭଲ କରିବାରେ ସଫଳ ହୋଇପାରି ନାହିଁ କିମ୍ବା ଯାହାର ମୂଲ୍ୟ ନିର୍ଧ।।ରଣ ହୋଇପାରି ନାହିଁ ତାହାକୁ ଅଚାନକ ମଞ୍ଜୁରୀ ମିଳିଯାଉଛି କେମିତି । ୩୦ ବର୍ଷରୁ ଅଧିକ ସମୟ ଏମ୍ସରେ କାମ କରୁଥିବା ଏବଂ ନୀତି ଆୟୋଗର ସଦସ୍ୟ ଥିବା ଡାକ୍ତର ବିନୋଦ ପାଲ କହଛନ୍ତି ଯେ ଭରଷା ରଖନ୍ତୁ , ହାଇଡ୍ରୋକ୍ଲୋରୋକୁଇନ ସମ୍ପୂର୍ଣ ସୁରକ୍ଷିତ ଏବଂ ଆମେ ଏହାକୁ ବ୍ୟବହାର କରିଚାଲିବୁ । ଏଥିରେ କୌଣସି ବିପଦ ନାହିଁ ।
ଏବେ ଆପଣଙ୍କୁ କରୋନା ଚିକିତ୍ସାରେ ଲାଗୁଥିବା ଔଷଧର ମୂଲ୍ୟ କହି ରଖୁଛୁ
୨୦୦ ମିଲିଗ୍ରାମ-ଏହାର ୧୦ଟି ବଟିକାର ଗୋଟିଏଷ୍ଟ୍ରିପକୁ ୬୦ ଟଙ୍କା ପଡିଥାଏ । ଆଇଭରମେକ୍ଟିନ-୧୨ ମିଲିଗ୍ରାମ,୪ଟି ବଟିକାର ମୂଲ୍ୟ ୯୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ । ଏହି ଦୁଇଟି ଔଷଧ ଭାରତରେ ଉପଲବ୍ଧ ଏବଂ ଶସ୍ତା ମଧ୍ୟ ।ତେଣୁ କୌଣସି ଫାର୍ମା କମ୍ପାନୀ ଏହା ଉପରେ ସେତେ ଧ୍ୟାନ ଦେଉନାହାନ୍ତି । କିନ୍ତୁ ଏବେ ସୁଦ୍ଧା ଗୁଣବତ୍ତା ସ୍ଥିର ହୋଇନଥିବ କିମ୍ବା ଦାମ ଚୂଡାନ୍ତ ହୋଇନଥିବା ଆମେରିକୀୟ କମ୍ପାନୀର ଔଷଧକୁ କେମିତି ରାତାରାତି ମଞ୍ଜୁରୀ ମିଳିଯାଉଛି ତାହା ଆପଣ ଚିନ୍ତା କରନ୍ତୁ । ତେବେ ସୂଚନାଯୋଗ୍ୟ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣିଥରେ ହାଇଡ୍ରୋକ୍ଲୋରୋକୁଇନର ସୋଲିଡାରିଟି ଟ୍ରାଏଲ ଆରମ୍ଭ କରିବ ବୋଲି କହିିଛି । ଏହା ସହିତ ସେ ନିଜର ପୂର୍ବ ନିର୍ଦ୍ଦେଶକୁ ଖାରଜ କରିଦେଇଛି ।

LEAVE A REPLY

Please enter your comment!
Please enter your name here